କଂଗ୍ରେସ ଏମ୍‌ପି ବସିବା ସିଟ୍‌ରୁ ମିଳିଲା ନୋଟ ବିଡା

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ବେଞ୍ଚରୁ ମିଳିଲା ଟଙ୍କା ବିଡ଼ା। ଟଙ୍କା ବଣ୍ଡଲ ମିଳିବା ପରେ ଗୃହରେ ପ୍ରବଳ ହଙ୍ଗାମା। ରାଜ୍ୟସଭା ଅଧ୍ୟକ୍ଷ ନିଜେ ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି । ଗତକାଲି ଗୃହ ମୁଲତବି ହେବା ପରେ ଯାଞ୍ଚ କରିଥିଲେ ସୁରକ୍ଷା ଅଧିକାରୀ । ରାଜ୍ୟ ସଭା ଆସନ ନମ୍ବର ୨୨୨ରୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା। ଏହି ଆସନରେ ତେଲଙ୍ଗାନାରୁ କଂଗ୍ରେସ ଏମ୍‌ପି ଅଭିଷେକ ମନୁ ସିଂଘଭି ବସନ୍ତି। ତେଣୁ ଏହା ତାଙ୍କୁ ହସ୍ତାନ୍ତର କରାଯାଇଛି।ଗୃହରେ ଅଧ୍ୟକ୍ଷ ଧନଖରଙ୍କ ଏହି ଦାବିକୁ କଂଗ୍ରେସ ଏମ୍‌ପିମାନେ ବିରୋଧ କରିଥିଲେ। ତଦନ୍ତ ପୂର୍ବରୁ ନାମ ନିଆଯିବା ଉଚିତ ନୁହେଁ ବୋଲି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।

ତେବେ ଅଭିଷେକ ମନୁ ସିଂଘଭି ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ରାଜ୍ୟ ସଭାକୁ ଯାଏ, ସେତେବେଳେ ମୁଁ ୫୦୦ ଟଙ୍କିଆ ନୋଟ ନେଇଥାଏ। ମୁଁ ଦିନ ୧୨.୫୭ରେ ଗୃହରେ ପହଞ୍ଚିଥିଲି ଏବଂ ଦିନ ୧ଟାରେ ଉଠିଲି। ତା’ପରେ ମୁଁ ଅଯୋଧ୍ୟା ଏମ୍‌ପି ଆୱଧେଶ ପ୍ରସାଦଙ୍କ ସହ ୧.୩୦ ପର୍ଯ୍ୟନ୍ତ କ୍ୟାଣ୍ଟିନରେ ବସିଥିଲି। ଏହା ପରେ ସେଠାରୁ ପଳାଇଥିଲି।

ଅଧିକ ପଢନ୍ତୁ

Odisha Darpan Digital