କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ପ୍ରଶାସକ ତଥା ରାଜନେତା ବିଜୟ ପଟ୍ଟନାୟକ । ମେଲ ଯୋଗେ ଏଆଇସିସି ପାଖକୁ ପଠାଇଲେ ଇସ୍ତଫା ପତ୍ର । ବିଜୟ ପଟ୍ଟନାୟକ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି । ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା । ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା । ପରେ ପୁଣି ତାଙ୍କ ଠାରୁ ପଦବୀ କାଢ଼ି ନେଇଥିଲା ।ଗତବର୍ଷ ଫେବ୍ରୁଆରି ୧୦ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଏହି ସମୟରେ କଂଗ୍ରେସର ସାଂଗଠନିକ ସଂପାଦକ କେ.ସି ଭେନୁଗୋପାଳ, ଏଆଇସିସି ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ତତ୍‌କାଳୀନ ପିସିସି ସଭାପତି ପଟ୍ଟନାୟକ ଶରତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଉପସ୍ଥିତ ଥିଲେ।

ବିଜୟ ପଟ୍ଟନାୟକ ଏକଦା ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିଲେ। ପରେ ୨୦୧୦ ସେପ୍ଟେମ୍ବରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ୨୦୧୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଏହାପରେ ସେ ଓଡ଼ିଶା ମାନବଧିକାର କମିସନର ସଦସ୍ୟ ଏବଂ ବେଦନ୍ତା ବିଶ୍ବବିଦ୍ୟାଳୟ ପ୍ରକଳ୍ପର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

ଅଧିକ ପଢନ୍ତୁ