କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ ଘଟିଛି, ଯେଉଁଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି, ଯେତେବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।ଶଶି ଥରୁର ଏହି ଘଟଣା ବେଳର ଭିଡିଓ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଗତକାଲି ରାତିରେ ମୋ ସୁରକ୍ଷାକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ମୁଁ ଚିନ୍ତିତ । ସେ ଏବେ ଠିକ୍ ଅଛନ୍ତି । ମୋର ସମସ୍ତ ଶୁଭଚିନ୍ତକଙ୍କୁ ଧନ୍ୟବାଦ । ଏହି ବାଧା ସାମ୍ନାରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସଫଳ ଭାବେ ପୂରଣ କରିଛି। ଆଗକୁ ବି ଏହି ଧାରା ଜାରି ରହିବ ।
ପୋଲିସ ଏହି ମାମଲାରେ ଗନମ୍ୟାନଙ୍କ ଅଭିଯୋଗକୁ ଦାୟର କରିଛି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
