କଇଁଛ ଦେହରେ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବାରୁ ୨ ଜଣ ଯୁବକ ଗିରଫ

କଇଁଛ ଦେହରେ ଜଗନ୍ନାଥଙ୍କ ଚିତ୍ର ଆଙ୍କିଥିବାରୁ ୨ ଜଣ ଯୁବକ ଗିରଫ ହୋଇଛନ୍ତି । ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ ପରେ କୋର୍ଟଚାଲାଣ କଲା ବନ ବିଭାଗ । ବନ୍ୟାପ୍ରାଣୀ ଆଇନ ଆଧାରରେ ଗିରଫ କରି କୋର୍ଟ ଚାଲାଣ କଲା । ବରଗଡ଼ ଜିଲ୍ଲାର ଜଣେ ୟୁଟ୍ୟୁବର ବାହୁଡ଼ା ଦିନ କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଥିଲେ। କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ରିଲ୍ସ କରିଥିଲେ। ରିଲ୍ସ ଭାଇରଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା।କଇଁଛର ପିଠିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଚିତ୍ରିତ କରି ଭିଡିଓଟିକୁ ତାଙ୍କ ଫେସବୁକ୍ ଆକାଉଣ୍ଟରେ ରିଲ୍ ଭାବରେ ସେୟାର କରିଥିଲେ। ଏହି କାର୍ଯ୍ୟ ବନ୍ୟପ୍ରାଣୀ କର୍ମୀଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିବା ବେଳେ ଏହା ବନ୍ୟପ୍ରାଣୀ ସୁରକ୍ଷା ଆଇନର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଥିଲା।ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ, ଭାରତୀୟ ଫ୍ଲାପ୍‌ସେଲ୍ କଇଁଛ ଭଳି ସୂଚୀ-୧ ପ୍ରଜାତିଗୁଡ଼ିକର ଯେକୌଣସି କ୍ଷତି କିମ୍ବା ଅପବ୍ୟବହାର ଏକ ଗମ୍ଭୀର ଅପରାଧ, ଯାହା ପାଇଁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧ ଲକ୍ଷ ଜରିମାନା କିମ୍ବା ଉଭୟ ଦଣ୍ଡ ବିଧାନ ରହିଛି।

ଅଧିକ ପଢନ୍ତୁ

Odisha Darpan Digital