କଳାହାଣ୍ଡି ଭବାନୀପାଟଣା ବାଦିଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଚଲେଇ ଚଲେଇ ନେଲେ, ଲଣ୍ଡା କଲେ ।ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ବାଦଲି ଗାଁର ୱାର୍ଡ ନମ୍ୱର୧୩ ଚଞ୍ଚରାପଡ଼ାରେ ଗତ ୭ ତାରିଖ ସକାଳେ ଜଣେ ମହିଳା ପାଣି ଆଣିବା ପାଇଁ ଯାଇଥିଲେ । ଗାଁର ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁର ଲକ୍ଷ୍ମୀପୂଜା ମଣ୍ଡପରେ କଙ୍ଗାରୁ କୋର୍ଟ ବସିଥିଲା l କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ବୃଦ୍ଧଙ୍କୁ ଲଣ୍ଡା କରାଯାଇ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇ ଥିଲେ। ଏଥିରେ ଲୋକପ୍ରତିନିଧି ବି ସାମିଲ ହୋଇଥିବା ଅଭିଯୋଗ ହୋଇଛି । କଙ୍ଗାରୁ କୋର୍ଟର ନିଷ୍ପତ୍ତିକୁ ବିରୋଧ କରି ଥାନାକୁ ଯାଇପାରୁ ନାହାଁନ୍ତି । ଗାଁରେ ଲୋକ ପ୍ରତିନିଧିଙ୍କ ପତିଆର ଥିବାରୁ ଘଟଣାକୁ ଚପାଇବା ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି ।
