ବାଲେଶ୍ୱର ସହର ଉପକଣ୍ଠସ୍ଥ ସିନ୍ଧିଆ ପଞ୍ଚାୟତର ବାବୁରାମ ନାଥଙ୍କ ପୁଅ ଅବିନାଶ ନାଥ । ସବୁବେଳେ କିଛି ନୂଆ କରିବାର ପ୍ରୟାସ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା ଅବସରରେ ତାଙ୍କର ନିଆରା କଳାକୃତି ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି । ମହାଶିବରାତ୍ରୀ ଅବସରରେ ମନ୍ଦିର ପ୍ରାଙ୍ଗଣରେ ବସି ଏକ ୩ ସେଣ୍ଟିମିଟର କଞ୍ଚା ହଳଦୀରେ ପ୍ରଭୁ ମହାଦେବଙ୍କ ପ୍ରତିମୂର୍ତ୍ତିକୁ ଚିତ୍ର ମାଧ୍ୟମରେ ସ୍ଥାନିତ କରିଛନ୍ତି ।ପୂର୍ବରୁ ବି ଅବିନାଶ ପତ୍ର, ବାଦାମ୍, ଲବଙ୍ଗ, ହାତଘଣ୍ଟା, ଚକଲେଟ୍ ଇତ୍ୟାଦିରେ ଅନେକ ଚିତ୍ର ଆଙ୍କି ବେଶ୍ ପ୍ରଶଂସା ସାଉଁଟିଛନ୍ତି ।
ତେବେ ହଳଦୀରେ ଏହି ପ୍ରତିଛବିଟି ଆଙ୍କିବା ପାଇଁ ପ୍ରାୟ ୨୦ ମିନିଟ ସମୟ ଲାଗିଥିଲା ବେଳେ ପୂର୍ବରୁ ଅନେକ ଥିମ ଆର୍ଟ କରି ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। ବିନା ତାଲିମରେ ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ଚିତ୍ରକଳା । ତାଙ୍କଦ୍ୱାରା ଅଙ୍କଯାଇଥିବା ଚିତ୍ର ଯିଏବି ଦେଖିବ କିଛି ସମୟ ଆବାକ ହୋଇଯିବ । ମହାଶିବରାତ୍ରି ଅବସରରେ ଛାତ୍ରଙ୍କ ଏଭଳି ନିଆରା ପ୍ରୟାସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।