ରଥ ଉପରେ ମୋବାଇଲ ଫୋନ ବ୍ୟବହାର ନେଇ କଟକଣା ଥିବା ସତ୍ତ୍ବେ ଏହାକୁ କିଛି ସେବାୟତ ମାନିନାହାନ୍ତି। ରଥ ଉପରର ଭିଡିଓ ଏବଂ ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ତେବେ ସମ୍ପୃକ୍ତ ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସିଂହଦ୍ୱାର ଥାନାକୁ ଚିଠି ଲେଖିଲା ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ । ରଥ ଉପରକୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା । କିଛି ସେବାୟତ ମୋବାଇଲ ନେଇଥିବା ନଜର ଆସିଥିଲେ ।ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଅଧିକାରୀ ଥାନାରେ ରିପୋର୍ଟ କରିଥିବା ବେଳେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରିଛନ୍ତି।
