‘ମୋ ବସ୍’ ଜନିତ ଦୁର୍ଘଟଣା ଜାରି ରହିଛି। କଟକର ଗଣେଶ ଘାଟ ନିକଟରେ ଘଟିଥିବା ଦୁର୍ଘଟଣାରେ ଜଣେ ଅଟୋ-ରିକ୍ସା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଚିନ୍ତା ପ୍ରକାଶ କରିଛନ୍ତି। ଘଟଣାସ୍ଥଳ ସ୍ଥାନୀୟ ଲୋକ ଏକାଠି ହୋଇ ଆହତକୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି ।
ମୋ ବସଟି ହାଇକୋର୍ଟ ଆଡକୁ ଜୋରରେ ଯାଉଥିବା ବେଳେ ହଠାତ ଇଣ୍ଡିକେଟର ନ ଦେଇ ବାମ ପାର୍ଶ୍ବ କୁ ଅଟକି ଯାଇଥିଲା ଫଳରେ ପଛରେ ଆସୁଥିବା ଅଟୋଟି ଭାରସାସ୍ୟ ହରାଇ ମୋବସରେ ବାଡେଇ ହୋଇ ଯାଇଥିଲା । ଡ୍ରାଇଭର ର ଗୋଡ, ହାତ ଓ ଛାତିରେ ଆଘାତ ଲାଗିଛି ।ତେବେ ମୋ ବସ୍ ସେବାର କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରିନାହାଁନ୍ତି। ଏପରି ଦୁର୍ଘଟଣାର ବାରମ୍ବାର ଘଟୁଥିବା ବେଳେ ଡ୍ରାଇଭର ମାନେ ସୁଧୁରୁ ନାହାନ୍ତି।