କଟକରେ ଅସଲି ବ୍ରାଣ୍ଡ ନାଁରେ ଚାଲିଥିଲା ନକଲି ମଦ ବେପାର ।

କଟକ ଚୌଦ୍ୱାର କପାଳେସ୍ଵରରେ ଚାଲିଥିଲା ଏହି ବେଆଇନ ଓ ଅପମିଶ୍ରିତ ମଦ ଫ୍ୟାକ୍ଟ୍ରି । ଯେଉଁଟି ତିଆରି ହେଉଥିଲା ଅସଲି ନାଁରେ ନକଲି ମଦ । ଗତକାଲି ରାତିରେ ଏହି ଫ୍ୟାକ୍ଟ୍ରିକୁ ଜିଲ୍ଲା ଅବକାରୀ ଠାବ କରି ଚଢ଼ାଉ କରିବା ପରେ ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିଛି । ଏହି ମାମଲାରେ ଫ୍ୟାକ୍ଟ୍ରି ଇନଚାର୍ଜ ମଧୁସୂଦନ ରାଉତ ଗିରଫ କରିଛି ଅବକାରୀ ଟିମ । ଜବତ ହୋଇଥିବା ବେଆଇନ ମଦର ମୂଲ୍ୟ ୧୫ ଲକ୍ଷ ବୋଲି କହିଛନ୍ତି ଅବକାରୀ ବିଭାଗ ଅଧିକ୍ଷକ ।ଫ୍ୟାକ୍ଟ୍ରି ଟି ଗତ ଏକ ବର୍ଷ ହେବ ଏକ ଭଡା ଘରେ ଚାଲୁଥିବା ବେଳେ ନକଲି ମଦ ପାଇଁ ବ୍ୟବହାର ହେଉଥିବା ସ୍ପିରିଟ ଠିପି ବୋତଲ ଏବଂ ଲେବୁଲ ସବୁ ପଶ୍ଚିମ ବଙ୍ଗ ରୁ ଆସୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଚୌଦ୍ୱାର ରୁ ଯାଇ କଟକ, ଯାଜପୁର ଜିଲାରେ ବିକ୍ରି ହେଉଥିଲା। ଜବତ ହୋଇଥିବା ସମସ୍ତ ମଦକୁ ଲାବ୍ରୋଟୋରି ପରୀକ୍ଷା ପାଇଁ ପଠାଇ ଦେଇଛି ଅବକାରୀ ଟିମ ।

ଏହାସହ ଏହି ମାମଲା ରେ ଆଉ କେଉଁ ମାଷ୍ଟର ମାଇଣ୍ଡ ଙ୍କରର ସମ୍ପୃକ୍ତି ରହିଛି ତାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।ଏହି କାରଖାନାରେ ଅନେକ ନୂଆ ବୋତଲ ରହିଥିଲା । ବାଲେଶ୍ଵର ଅଞ୍ଚଳରୁ ଏହି ବୋତଲ ଗୁଡିକ ଆସିଥିବା ଅଧିକ୍ଷକ କହିଛନ୍ତି । ବୋତଲ ଗୁଡିକରେ ଏକ ମୋଟର ସହାୟତାରେ ପାଣି ସହ ସ୍ପିରିଟ୍ ଓ ବିଭିନ୍ନ କେମିକାଲ ବ୍ୟବହାର କରି ବଟଲିଙ୍ଗ୍ ମେସିନ ସାହାଯ୍ୟରେ ଭର୍ତ୍ତି କରିବା ପରେ ପ୍ୟାକିଙ୍ଗ୍ ମେସିନରେ ଠିପି ଲଗାଉଥିଲେ । ବୋତଲ ଗୁଡିକରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଉଥିଲେ । ଏପରିକି କାହାର ବି ଟିକେ ଅବିଶ୍ୱାସ ହେବ ନାହିଁ କି ଏହା ନକଲି ବୋଲି ।

ଅଧିକ ପଢନ୍ତୁ

kc ads