କଟକରେ ଡବଲ ମର୍ଡର । ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ

କଟକ ଦରଘା ବଜାର ଅଞ୍ଚଳରେ ଡବଲ ମର୍ଡର । ଦରଘା ବଜାର ଓଲ୍ଡ ଜେଲ କଲୋନୀରେ ବାପା ଓ ସାବତ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲେ ପୁଅ । ଶୁକ୍ରବାର ରାତି ୯ଟା ସମୟରେ ବାପା ମା’ଙ୍କୁ ହତ୍ୟା କରି ସ୍ତ୍ରୀ’ଙ୍କୁ କଲ କରି କହିଲା ସବୁ ଅଧ୍ୟାୟ ଆଜି ଶେଷ କରିଦେଲି ବୋଲି କହିଥିଲେ ପୁଅ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ସହରରେ।ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଅଭିଯୁକ୍ତ ପୁଅକୁ ଅଟକ ରଖି ଜେରା କରୁଛି । ଧାର ଟଙ୍କା ନ ଶୁଝିବାରୁ ଜହ୍ଲାଦ ପୁଅ ଏଭଳି କାଣ୍ଡ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତକ ୫୮ ବର୍ଷୀୟ ଦୀପକ ଦାସ ଜେଲ ବିଭାଗରେ ସେଲ୍‌ସ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । କିଛି ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀ ନଳିନୀପ୍ରଭା ଦାସଙ୍କର ମୃତ୍ୟୁ ଘଟିଥିଲା । ପରେ ଦୀପକ ଲିତାରାଣୀ ଦାସଙ୍କୁ ବିବାହ କରିଥିଲେ । ଦୁହେଁ ଦରଘାବଜାର ଜେଲ୍‌ କଲୋନିରେ ରହୁଥିଲେ । ଏମାନଙ୍କ ସହ ଲିତାରାଣୀଙ୍କ ପୁତୁରା ଜୁଲିୟସ ଦାସ ବି ରହୁଥିଲେ । ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ, ପତ୍ନୀ ତରୁଲତା ଓ ଝିଅ ସହ ମକରାବାଗରେ ରହୁଛନ୍ତି । ଆଲୋକଙ୍କଠାରୁ ବାପା ଦୀପକ ୧୦ ଲକ୍ଷ ଟଙ୍କା ଧାର ଆଣିଥିଲେ । ଏହାକୁ ପରିଶୋଧ କରିଦେବେ ବୋଲି କହିଥିଲେ ହେଁ ଶୁଝି ପାରି ନଥିଲେ । ସେପଟେ ଆଲୋକ ମଧ୍ୟ ଏକାଧିକ ବ୍ୟକ୍ତିଙ୍କଠାରୁ ଧାରସୂତ୍ରରେ ଟଙ୍କା ଆଣିଥିଲେ। ସେମାନେ ଟଙ୍କା ମାଗିବାରୁ ଆଲୋକ ଫେରାଇ ପାରୁନଥିଲେ । ଧାର ଦେଇଥିବା ଲୋକମାନେ ଆଲୋକଙ୍କୁ ମାଡ଼ ବି ମାରିଥିଲେ । ଏହି ଘଟଣାକୁ ନେଇ ପରିବାରରେ ବିବାଦ ଲାଗି ରହିଥିଲା । ଶୁକ୍ରବାର ରାତିରେ ଏହା ଉଗ୍ର ରୂପ ନେଇଥିଲା । ବାପା ଦୀପକ ଓ ସାବତ ମାଙ୍କୁ ଆକ୍ରମଣ କରିଥିଲା । ଦୁହେଁ ପ୍ରତି‌ରୋଧ କରିଥିଲେ ହେଁ ବର୍ତ୍ତି ପାରି ନ ଥିଲେ । ଆଲୋକ ଛୁରି ଭୁସି ଉଭୟଙ୍କୁ ହତ୍ୟା କରିଥିଲା ।

ଅଧିକ ପଢନ୍ତୁ

Odisha Darpan Digital