କଟକରେ ଡରାଇଲାଣି ଜଣ୍ଡିସ । ରାଜଧାନୀରେ ୬୭୭ ଡେଙ୍ଗୁ ରୋଗୀ ଚିହ୍ନଟ

କଟକ ମହନଗର ନିଗମର କଦମ-ଏ-ରସୁଲ ଗଳିରେ ଥିବା ବ୍ରାହ୍ମଣ ସାହିରେ ବ୍ୟାପୁଛି ଜଣ୍ଡିସ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ୨୦ ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ଦୂଷିତ ପାଣି, ଡ୍ରେନ୍ ସଫାରେ ଅବହେଳା ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଚଳିତବର୍ଷ ରାଜଧାନୀରେ ଡେଙ୍ଗୁ ରୋଗ କମିଛି । ସହରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ କହୁଛି, ଜାନୁଆରୀରୁ ନେଇ ଚଳିତ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ ୩୨୦ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ ଜଣେ ରୋଗୀ ଠାବ ହୋଇଛନ୍ତି । ସେଥିମଧ୍ୟରେ ପଟିଆ, ନୂଆପଲ୍ଲୀ, ପ୍ରଶାନ୍ତି ବିହାର, ସହିଦନଗର, ସାଲିଆ ସାହି, ଶିଖରଚଣ୍ଡି ନଗର ହଟସ୍ପଟ ଭାବେ ଗଣାଯାଇଛି । ଏହି ସବୁ ଅଞ୍ଚଳରେ ଅଧିକ ରୋଗୀ ରହିଛନ୍ତି । ଏହାକୁ ମିଶାଇ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ୬୭୭ ରୋଗୀ ଠାବ କରାଗଲାଣି ।

ଅଧିକ ପଢନ୍ତୁ