ଐତିହାସିକ କଟକ ବାଲିଯାତ୍ରାକୁ ମିଳିଛି ଜାତୀୟ ମାନ୍ୟତା। ଦୀର୍ଘ ଦିନ ହେଲା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଲାଗି ଦାବି କରାଯାଉଥିଲା। ୨୦୨୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଚିଠି ଲେଖିଥିଲେ । ପୂର୍ବରୁ କଟକ ମେୟର ସୁବାସ ସିଂ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ।ଏପରିକି ଗତବର୍ଷ କଟକ ବାଲିଯାତ୍ରା ସମୟରେ ଏହାକୁ ଜାତୀୟ ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଏବେ ପୂରଣ ହୋଇଛି । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାର ଆୟୋଜନ କରାଯାଏ |କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ ।
![](https://odishadarpan.in/wp-content/uploads/2024/11/images-2024-11-02T204514.106.jpeg)