କଟକ ଏସସିବିରେ ବଡ଼ ଅଘଟଣ, ରୋଗୀ ଉପରେ ଖସିଲା ସିଲିଂ

କଟକ ଏସସିବିରେ ବଡ଼ ଅଘଟଣ । ମେଡିକାଲରେ ରୋଗୀ ଉପରେ ଖସିଲା ସିଲିଂ । ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ତାହା ପୁଣି ରୋଗୀଙ୍କ ମୁଣ୍ଡ ଉପରେ ।ଯାହାକୁ ନେଇ କଟକ ବଡ଼ ମେଡିକାଲ୍ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଲାଣି । ସୂଚନା ଅନୁସାରେ, ଏସ୍‌ସିବିର ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ରୋଗୀଙ୍କ ଠାରେ ଭେଣ୍ଟିଲେଟର ମଧ୍ୟ ଲାଗିଥିଲା ।

ଅର୍ଥାତ୍ ରୋଗୀ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ପୂର୍ବରୁ ହିଁ ଗୁରୁତର ଥିଲା । ଏବେ ତାଙ୍କ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିବା ପରେ ସେ ଆହୁରି ଗୁରୁତର ହୋଇ ପଡ଼ିଛନ୍ତି । ଘଟଣା ପରେ ଆହତ ରୋଗୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ଅଧିକ ପଢନ୍ତୁ