କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ । ଜଗତପୁର ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଚର୍ଚ୍ଚା । ରବିବାର ରାତି ୧୧ ଟା ସମୟରେ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଛି ।ସେପଟେ ବାଘ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ସୂଚନା ଥାଉକି, ବିଳମ୍ୱିତ ରାତିରେ ହଟାତ୍ କୁକୁର ମାନେ ଜୋର୍ ରେ ଭୋକିବାକୁ ଲାଗିଥିଲେ । ଏହି ସମୟରେ ଯେତେବେଳେ ସ୍ଥାନୀୟ ଲୋକେ ଝରକା ବାଟେ ଯେତେବେଳେ ଦେଖିଥିଲେ ସେତେବେଳେ ରାସ୍ତାରେ ଗୋଟିଏ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ବାଘଟି କଲରା ପତରିଆ ବାଘ ହୋଇଥିବା ଅନୁମାନ କରିଥିଲେ ଲୋକେ ।
