କଟକ ଜିଲ୍ଲାର ପ୍ରାୟ ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କଟକ ଜିଲ୍ଲାର ପ୍ରାୟ ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ୪୮ ଘଣ୍ଟା ମଧ୍ୟରେ ସମସ୍ତ କଲେଜ ICC ରିପୋର୍ଟ ଦେବାକଥା । ତେବେ କିଛି କଲେଜ ଉକ୍ତ ନିର୍ଦ୍ଦେଶ ପାଳନ କରିଥିବା ବେଳେ ପାଖାପାଖି ୨୧୦ ଟି କଲେଜରୁ ନିର୍ଦ୍ଧିଷ୍ଟ ସମୟ ଭିତରେ ରିପୋର୍ଟ ଦେଇ ନାହାନ୍ତି ।ତେଣୁ ସେଠାକାର କର୍ମଚାରୀ ମାନଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ଘଣ୍ଟାରେ ପୂର୍ଣ୍ଣାଙ୍ଗ ଆଇସିସି ରିପୋର୍ଟ ନଦେଲେ ନିଲମ୍ବିତ ହେବେ କଲେଜ ଅଧ୍ୟକ୍ଷ । ଏନେଇ କଡା ତାଗିଦ କରିଛନ୍ତି ଜିଲ୍ଲାପାଳ । ଏଫ୍‍ଏମ୍‍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣା ପରେ ଆଇସିସି କେତେ କାର୍ଯ୍ୟକ୍ଷମ ହେଉଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ

kc ads