କଟକ ତାରକସୀ କାମକୁ ମିଳିଲା ଜିଆଇ ମାନ୍ୟତା ।

ବାରବାଟି ଷ୍ଟାଡିୟମ, ଓଡ଼ିଶା ହାଇକୋର୍ଟ, କଟକ ତାରକସି କାମ, ରାଜ୍ୟ ବାହାରେ କଟକ ସହର ବିଷୟରେ ଅଧିକାଂଶ ଲୋକ ଏହି ତିନିଟି ବିଷୟରେ ବେଶୀ ଚର୍ଚ୍ଚା କରିଥାନ୍ତି । ବଂଶାନୁକ୍ରମିକ ଭାବେ ତାରକସି କାମକୁ ଆଦରି ନେଇଥିବା ଶହ ଶହ କାରିଗର ଏବଂ ବହୁ ଲୋକଙ୍କର ଦାବି ଥିଲା ରୁପା ତାରକସି ବା ଫିଲିଗ୍ରିକୁ ଜିଆଇ ଟ୍ୟାଗ ମିଳୁ । ଯାହା ଓଡ଼ିଶା ସମବାୟ ହସ୍ତକଳା ନିଗମ ପକ୍ଷରୁ ଏହି ଜିଆଇ ଟ୍ୟାଗ ପାଇଁ ୨୦୨୧ ଜୁଲାଇ ମାସରେ ଆବେଦନ କରାଯାଇଥଲା। ଜିଆଇ ମାନ୍ୟତା ମିଳିବା ପରେ କଟକକୁ ବିଶ୍ବ ବଜାରରେ ତାରକସୀ କାମ ପାଇଁ ଜାଣିବା ସହଜ ହେବ।

ଭାରତ ସରକାରଙ୍କ ଇଣ୍ଟେଲେକଚୁଆଲ ପ୍ରପର୍ଟି ଇଣ୍ଡିଆ ନାମକ ସଂସ୍ଥା ନିକଟରେ ଏଭଳି ଆବେଦନ କରାଯାଇଥାଏ। ତୃଣମୂଳ ସ୍ତରରେ ସର୍ଭେ କରିବା ପରେ ସମ୍ପୃକ୍ତ ସଂସ୍ଥା କୌଣସି ଜିନିଷ ବା ହସ୍ତକଳାର ମୌଳିକତା ଥିଲେ ତାକୁ ଜିଆଇ ମାନ୍ୟତା ପ୍ରଦାନ କରିଥାଏ। ତେଣୁ କଟକ ତାରକସୀ କାମକୁ ଜିଆଇ ମାନ୍ୟତା ମିଳିଵା ପରେ ନିଖୁଣ କଟକି ତାରକସୀ କାମର ମୌଳିକତା ପୁଣି ଥରେ ବିଶ୍ବ ବଜାରରେ ପ୍ରମାଣିତ ହୋଇଛି।

ଅଧିକ ପଢନ୍ତୁ