ଭୁବନେଶ୍ଵରରୁ ଆରମ୍ଭ ହେଉଥିବା ମେଟ୍ରୋ ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ। ପୂର୍ବରୁ ଏହି ପ୍ରକଳ୍ପ ଭୁବନେଶ୍ଵରର ବିମାନବନ୍ଦରରୁ କଟକର ତ୍ରିଶୂଳିଆ ପର୍ଯ୍ୟନ୍ତ ଲମ୍ବିବାର ଯୋଜନା ଥିଲା। କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇଛି। ତ୍ରିଶୂଳିଆ ପରିବର୍ତ୍ତେ ଏହି ରେଳ ପ୍ରକଳ୍ପ କଟକ ବଡ଼ ଡାକ୍ତରଖାନା ଏବଂ ବାଦାମବାଡ଼ି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ ବୋଲି ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବାନୁଯାୟୀ, କଟକ ବସ୍ଷ୍ଟାଣ୍ଡ ଓ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ସଂପ୍ରସାରଣ ହେବ । ମେଟ୍ରୋ ପାଇଁ କମିଟି ଗଠନ କରାଯାଇଛି । ବିଭିନ୍ନ ସହର ବୁଲି ଏହି କମିଟି ଅନୁଧ୍ୟାନ କରୁଛି । ନୂଆ ଡିପିଆର ବି ପ୍ରସ୍ତୁତ କରାଯାଉଛି । କେବଳ ରାଜ୍ୟ ପାଣ୍ଠିରୁ ନୁହେଁ, କେନ୍ଦ୍ର ସହଯୋଗରେ ମଧ୍ୟ ଏହି ମେଟ୍ରୋ ପ୍ରକଳ୍ପ ପାଇଁ ସହଯୋଗ ଦେବ ବୋଲି କହିଛନ୍ତି ମନ୍ତ୍ରୀ ।
