କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

କଟକ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ୪୧ଟି କ୍ରିକେଟ୍ ଏକାଡେମୀର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମାଧ୍ୟମରେ ବୁଧବାର ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାରବାଟୀ ଷ୍ଟାଡିୟମକୁ ୱାଲର୍‌ଡ କ୍ଲାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ନବୀକରଣ କାର୍ଯ୍ୟ ବେଳେ ବାରବାଟୀ ଷ୍ଟାଡିୟମର ମୌଳିକତା ଅକ୍ଷୁର୍ଣ୍ଣ ରହିବ ବୋଲି ମଧ୍ୟ ଆଜି ଘୋଷଣା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ।ବାରବାଟୀ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ । ଏକାସଙ୍ଗେ ୬୦ ହଜାର ଦର୍ଶକ ବସି ଖେଳ ଦେଖି ପାରିବେ । ସ୍ପୋର୍ଟ୍ସ କମ୍ପେ୍କ୍ସରେ ଅତ୍ୟାଧୁନିକ ଜିମ୍ ସେଣ୍ଟର, ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ ରହିବ। ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶୀଳାନ୍ୟାସ ପାଇଁ ବାରବାଟୀରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଛି ଓସିଏ ।

ଅଧିକ ପଢନ୍ତୁ