ଆଜି ବିଧାନସଭାରେ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଉତ୍ତର ରଖି କହିଛନ୍ତି, କୌଣସି ପର୍ବ, ଉତ୍ସବ ଓ ମେଳା ଆଦିକୁ ଜାତୀୟ ମାନ୍ୟତା ଦେବା ବ୍ୟବସ୍ଥା ନାହିଁ । ମନ୍ତ୍ରୀଙ୍କ ଉତ୍ତର ପରେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେସମୟ ସୃଷ୍ଟି ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ମନ୍ତ୍ରୀ ମନା କରିଦେବାକୁ ନେଇ ତେଜିଛି ଅସନ୍ତୋଷ ।
