କଟକ: ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ।

ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।ଖବର ଅନୁଯାୟୀ, କଟକ ଜଗତପୁରରେ ଏକ ବିସ୍କୁଟ କମ୍ପାନୀ ରହିଛି । ଯେଉଁଥିରେ ଶନିବାର ଦିନ ସକାଳ ସମୟରେ ହଠାତ୍‌ ନିଆଁ ଲାଗିଥିବାର ଦେଖିଥିଲେ କର୍ମଚାରୀ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ।ଏହି ଅଘଟଣରେ କୌଣସି କର୍ମଚାରୀଙ୍କ କିଛି କ୍ଷୟ କ୍ଷତି ହୋଇନାହିଁ। ହେଲେ ନିଆଁ ଲାଗି କାରାଖାନାରେ ଥିବା ବିସ୍କୁଟ ଗୁଡ଼ିକ ଜଳିଯାଇଛି। ତେବେ କାରାଖାନାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।

ଅଧିକ ପଢନ୍ତୁ