କଟକ ରେଲୱେ ଷ୍ଟେସନରେ ଅଘଟଣ !ଭୁଶୁଡିଲା ନିର୍ମାଣାଧୀନ ଛାତ

କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ପୁରୁଣା କାନ୍ଥ ଛାତ । ପ୍ଲାର୍ଟଫର୍ମ ୧ରେ ଭୁଶୁଡି ପଡିଛି । ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ତେବେ ଏହି ଘଟଣାରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡିଛି ।ଏହି ଅଘଟଣ ଯୋଗୁଁ କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ବନ୍ଦେ ଭାରତ ଯିବାର ୧୦ ମିନିଟ୍ ପରେ ଟ୍ରାକ୍ ଉପରେ ଭୁଶୁଡିଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ