କଟକ ରେଳ ଷ୍ଟେସନରେ କନଷ୍ଟେବଳଙ୍କ ସାହସିକତା, ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

କଟକ ରେଳ ଷ୍ଟେସନରେ ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଛନ୍ତି କନଷ୍ଟେବଳ ଟୁଲୁ ବେହେରା। ଜଣେ ୪୪ ବର୍ଷୀୟ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଖସି ପଡ଼ିବାରୁ ରକ୍ଷା କରିଥିଲେ।ଘଟଣା ଅନୁଯାୟୀ, ମହମ୍ମଦ ମୁଜାହିର କିଶନଗଞ୍ଜ ଅଭିମୁଖେ ଯାଉଥିବା ଟ୍ରେନ ନଂ. ୨୨୫୦୩ (କନ୍ୟାକୁମାରୀ-ଡିବ୍ରୁଗଡ଼ ଏକ୍ସପ୍ରେସ)ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନଟି ଗତିଶୀଳ ଥିଲା। ଏହି ସମୟରେ ସେ ଟ୍ରେନର ପାହାଚରୁ ଖସି ପ୍ଲାଟଫର୍ମ ଓ ଟ୍ରେନର ଚକ ମଧ୍ୟରେ ଆସି ମରଣାନ୍ତକ ବିପଦରେ ପଡ଼ିଥିଲେ। ଏହି ହୃଦୟସ୍ପର୍ଶୀ ମୁହୂର୍ତ୍ତରେ କନଷ୍ଟେବଳ ଟୁଲୁ ବେହେରା ଅତ୍ୟନ୍ତ ସାହସିକତାର ସହ ତୁରନ୍ତ ମୁଜାହିରଙ୍କ ହାତ ଧରି ତାଙ୍କୁ ବିପଜ୍ଜନକ ସ୍ଥାନରୁ ଟାଣି ବାହାର କରି ଜୀବନ ରକ୍ଷା କରିଥିଲେ।ତାଙ୍କର ସାହସିକ କାର୍ଯ୍ୟକୁ ପ୍ରଶଂସା କରି ଓଡ଼ିଶା ଡିଜିପି ୱାଇ ବି ଖୁରାନିଆ ତାଙ୍କ ପାଇଁ ୨୫୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ରେଳବାଇ ଏଡିଜି ଅରୁଣ ବୋଥ୍ରା ମଧ୍ୟ କନଷ୍ଟେବଳଙ୍କ ସହ କଥା ହୋଇ ତାଙ୍କର ସାହସ ଏବଂ ଉପସ୍ଥିତ ବୁଦ୍ଧି ପାଇଁ ତାଙ୍କୁ ପ୍ରଶଂସା କରିଥିଲେ।

ଅଧିକ ପଢନ୍ତୁ

kc ads