ଧାନମଣ୍ଡିରେ କଟନିଛଟନି ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟନିଛଟନି ବନ୍ଦ ନ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଧାନମଣ୍ଡିରେ ଚଳିବନି ଦଲାଲ ରାଜ । ଦଲାଲମାନଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଯେଉଁ ଅଫିସର ଦଲାଲଙ୍କୁ ସହାୟତା କରିବେ, ତାଙ୍କ ଉପରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ନୂଆପଡ଼ାରେ ଦଲାଲ ମାନଙ୍କୁ ସହଯୋଗ କରୁଥିବା ଜଣେ ଅଫିସରଙ୍କୁ ଗତକାଲି ନିଲମ୍ବିତ କରାଯାଇଛି । ଆଜି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି, କଟନୀ ଛଟନି ବନ୍ଦ ନହେଲେ ଅଫିସର ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପଟେ କଳାହାଣ୍ଡି ଜିଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ। ଏହି ଅବସରରେ ଗୁରୁବାର ସକାଳ ୮ଟା ୪୫ରେ ଉତ୍କେଲା ଏୟାରପୋର୍ଟରୁ ଓହ୍ଲାଇ ଜିଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ଜୁନାଗଡ଼ ଆର୍ଏମ୍ସି ଅଧୀନରେ ଥିବା ତଳ ଜରିଙ୍ଗ, ଜୁନାଗଡ଼ ଓ ବଣିଜରା ମଣ୍ଡି ପରିଦର୍ଶନ କରି ଭିତ୍ତିଭୂମି ଦେଖିବା ସହ ଚାଷୀଙ୍କ ସମସ୍ୟା ବୁଝିଥିଲେ।