ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି। ସରକାର ଆଣିପାରନ୍ତି ୱାନ୍ ଟାଇମ୍ ସେଟେଲମେଣ୍ଟ (OTS) ବ୍ୟବସ୍ଥା। କିନ୍ତୁ ତା’ପରେ କଡ଼ାକଡ଼ି ହେବ ନିୟମ। ଚାଲାଣ ଅର୍ଥ ଆଦାୟ ପାଇଁ କୋର୍ଟରୁ ପଠାଯିବ ସମନ।ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି କୋଟି କୋଟି ଟଙ୍କା।
ଅନାଦେୟ ଭାବରେ ୧୨ ଶହ ୧୫ କୋଟି ଟଙ୍କା ଏବେ ମଧ୍ୟ ପଡି ରହିଛି। ପରିବହନ ବିଭାଗର ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ। ଏତେ ପରିମାଣର ଅନାଦେୟ ଜରିମାନା ଆଦାୟ କରିବାକୁ ଏବେ ଓଟିଏସ ପ୍ରକ୍ରିୟା ଅପଣେଇବେ ରାଜ୍ୟ ସରକାର।ତେବେ କେବେ ଆସିବ ଓଟିଏସ ବ୍ୟବସ୍ଥା ଓ କଣ ରହିବ ତାର ଗାଇଡଲାଇନ ତାହା ପରବର୍ତ୍ତୀ ସମୟରେ ଜାଣିବାକୁ ମିଳିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।