କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନ୍ତର୍ଗତ ବ୍ୟବସ୍ଥାଗୁଡ଼ିକୁ ପାଳନ କରିବା ପାଇଁ ସମୟ ସମୟରେ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ଯୋଗ୍ୟ ପ୍ରତିଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ର ସମୟସାପେକ୍ଷ ଗଠନ ଏବଂ ପୁନଃଗଠନ ସହିତ ଉପରୋକ୍ତ କାର୍ଯ୍ୟାନ୍ୱୟନ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ବିଦ୍ୟାଳୟ ଓ ରେସିଡେଣ୍ଟାଲ ହଷ୍ଟେଲ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି କରାଯାଇଛି। ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ମହିଳାଙ୍କ ପାଇଁ ୧୮୧, ଶିଶୁଙ୍କ ପାଇଁ ୧୦୯୮, ଜରୁରୀକାଳୀନ ପୋଲିସ ସହାୟତା ପାଇଁ ୧୧୨ ଏବଂ ସ୍କୁଲ ଛାତ୍ରଙ୍କ ପାଇଁ ୧୮୦୦୩୪୫୬୭୨୨ ନମ୍ଵର ଜାରି କରାଯାଇଛି। ଏହି ନମ୍ଵର ଗୁଡ଼ିକ ସମସ୍ତ କର୍ମସ୍ଥଳୀ, ବିଦ୍ୟାଳୟ ଏବଂ ଆବାସିକ କ୍ଷେତ୍ରରେ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ହେବ। ଏହାର ପାଳନ କରାନଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
