ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ଆଜି ବଧିବଦ୍ଧ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । ଏହା ସହିତ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, ଏମ୍ବ୍ରୋଡରୀ ସାଲ୍, ରସାବଳି, କଳାଜିରା ଧାନ ଓ ସଉରା ଚିତ୍ରକଳାକୁ ଜିଆଇ ଟ୍ୟାଗ ମାନ୍ୟତା ମଧ୍ୟ ମିଳିଥିବା ଜଣାପଡିଛି।
ଢେଙ୍କାନାଳ ଜିଲ୍ଲା ର ମଗଜି , ମୟୂରଭଂଜ ଜିଲ୍ଲା ର କାଇ ଚଟଣୀ, ନୟାଗଡ଼ ଜିଲା ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍ ମାନ୍ୟତା ମିଳିଛି। ଯାହା ଓଡିଶା ବାସୀଙ୍କ ପାଇଁ ଖୁସି ଓ ଗୌରବ ବିଷୟ ଅଟେ