କ’ଣ ହେବ ଅର୍ପଣ ଚାଉଳ: ଏମିତି କହିଲେ ଆଇନମନ୍ତ୍ରୀ

ଜଗନ୍ନାଥ ପ୍ରେମୀ ଦେଇଥିବା ‘ଅର୍ପଣ ଚାଉଳ’ ଖତ ଖାଉଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଫସିଆଇ ଗୋଦାମରେ ହଜାର ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ଗଦା ହୋଇଛି । ଏହା ବାବଦରେ ସ୍ପଷ୍ଟ ନିଷ୍ପତ୍ତି ହେବା ଆବଶ୍ୟକ ରହିଛି । ସେ ଚାଉଳ ଖରାପ ହେବା ଆରମ୍ଭ ହେଲାଣି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସେ ଚାଉଳର ସଦୁପଯୋଗ କେମତି ହେବ, ପରିଚାଳନା କମିଟି ନିଷ୍ପତି ନେଇସାରିବା ପରେ ସରକାର ପଦକ୍ଷେପ ନେବେ ।ଅର୍ପଣ ଚାଉଳ ଭଗବାନଙ୍କ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ ।

ପୂର୍ବରୁ ମଧ୍ୟ ଏହା କୁହାଯାଇଛି । କିନ୍ତୁ ପୂର୍ବ ସରକାର ଏହା ଶୁଣିବାକୁ ନାରାଜ ଥିଲେ । କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ ଏବଂ ନିଜ ଜିଦରେ ଅଟଳ ଥିଲେ । ଖେଚୁଡ଼ି ଭୋଗ କରି ଠାକୁରଙ୍କ ପାଖେ ଭୋଗ କରିବାକୁ ଚେଷ୍ଟା ଚଳାଇଥିଲେ । କିନ୍ତୁ ଅର୍ପଣ ଚାଉଳ ପ୍ରସାଦ ଯୋଗ୍ୟ ନୁହେଁ ବୋଲି ସେବାୟତମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ