କତୃପକ୍ଷଙ୍କ ଚାପରେ ଥିଲେ କି ଛାତ୍ର ?ବିଶ୍ବବିଦ୍ୟାଳୟ କ୍ୟାମ୍ପସ ରେ ଆତ୍ମହତ୍ୟା !ବିବାଦରେ ଗୁଣପୁର ଗାନ୍ଧି ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ!ରାୟଗଡ – ଓଡ଼ିଶାରେ ବାଲେଶ୍ୱର ଜିଲ୍ଲା ଛାତ୍ରୀ ନିର୍ଯ୍ୟାତନା ରୁ ଆତ୍ମହତ୍ୟା ନେଇ ଆଜି ସାରା ଓଡିଶା ବନ୍ଦ ପାଳନ କରୁଥିବା ବେଳେ ପୁଣି ସେହିଜିଲ୍ଲାର ଜଣେ ଛାତ୍ର ରାୟଗଡ ଜିଲ୍ଲାରେ ଆତ୍ମହତ୍ୟା କରିଥିବା ଖବର ସାମନାକୁ ଆସିଛି lରାୟଗଡ ଜିଲ୍ଲା ଗୁଣପୁର ସବ୍ଡିଭିଜନ ସ୍ଥିତ ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ( ଜିଆଇଟିୟୁ )ରେ କେତେବେଳେ ଛାତ୍ର ଛାତ୍ରୀଙ୍କୁ ନିମ୍ନ ମାନର ଖାଦ୍ୟକୁ ନେଇ ବିଦ୍ୟର୍ଥୀ ଙ୍କ ମହଲରେ ଅସନ୍ତୋଷ ତା ଆଉକେତେବେଳେ କେମ୍ପସ ରେ ଲଗାତାର ଆତ୍ମହତ୍ୟା ଅବିଭାବକ ଙ୍କୁ ଚିନ୍ତାରେ ପକାଇଦେଇଚି l ଆରପଟ ଏଭଳି ଘଟଣା ଓ ବିବାଦ ବିଶ୍ୱବିଦ୍ୟାଳୟ ର ଛବିକୁ ଆଞ୍ଚ ଆସିବା ଭଳି ଶୁଣିବାକୁ ମିଳୁଛି l ତିନି ମାସ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ସନ୍ଦୀପ ଲେଙ୍କା ନାମକ ଛାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ଆତ୍ମା ହତ୍ୟା ! କରଥିବା ବେଳେ ସମାନ ଢଙ୍ଗରେ ପୁଣି ଆଜି ଜଣେ ଛାତ୍ର ର ଆତ୍ମା ହତ୍ୟା ! ଅଭିଭାବକଙ୍କୁ ଆଚମ୍ବିତ କରିଦେଇଛି l ଯାହାକି ଵିଶ୍ୱବିଦ୍ୟାଳୟକୁ ଆତ୍ମହତ୍ୟା ଓ ଅବ୍ୟବସ୍ଥା ! ବିବାଦ ଛାଡିବାର ନାଁ ନେଉନି l
ଵିଶ୍ୱବିଦ୍ୟାଳୟ କେମ୍ପସ ଭିତରେ ଥିବା ପଠାଣି ସାମନ୍ତ ସି – ୭ ହଷ୍ଟେଲ ବ୍ଲକ୍ ନଂ ୧୨ ଡିଆର୍ ନଂ ୨ ରୁମ୍ ରେ ଛାତ୍ର ଜଣକ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଫ୍ୟାନ୍ ରେ ଝୁଲି ରହିଥିଲା ଛାତ୍ର ର ଶବ। ମୃତ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ସୋର ଗ୍ରାମ ର ହିମାଂସୁ ହୋତା ବୋଲି ଜଣାପଡିଛି । ଇଞ୍ଜିନିୟରିଂ ବାୟୋଟେକନିକ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର। ଘଟଣାସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। ପୋଲିସ୍ ପ୍ରାଥମିକ ତଦନ୍ତ ରୁ ପ୍ରେମଜନିତ ଆତ୍ମହତ୍ୟା ନେଇ ସଂନ୍ଦେହ କରୁଛି।କିନ୍ତୁ ବିଶ୍ୱବିଦ୍ୟାଳୟ କତୃପକ୍ଷ ଚାପ କିମ୍ବା ନିର୍ଯ୍ୟାତନା ତଦନ୍ତ ପ୍ରତି ଧ୍ୟାନ ଦେଇନି କି ‘ ତଦନ୍ତ ଦିଗକୁ ବିଚାର କରିନି କାହିଁକି ବୋଲି ପ୍ରଶ୍ନ ହେଉଛି l ସାଇଣ୍ଟିଫିକ୍ ଟିମ୍ ର ସହାୟତା ଲୋଡିଛି ଗୁଣୁପୁର ପୋଲିସ। ଉକ୍ତ ଛାତ୍ର ଜଣକ ଫ୍ୟାନ୍ ରେ ଝୁଲନ୍ତା ଅବସ୍ଥାରେ ରହଥିଲେ ତାଙ୍କ ନାମ ହିମାଂସୁ ହୋତା ବୋଲି ଜଣାପଡିଛି । ସହପାଠୀ ଦେଖିବା ପରେ ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ କର୍ତୁପକ୍ଷ ଙ୍କୁ ଅବଗତ କରାଇଥିଲେ। କର୍ତୁପକ୍ଷ ପହଞ୍ଚି ଛାତ୍ର ଜଣକ ଝୁଲି ରହିଥିବା ଦେଖି ଗୁଣୁପୁର ପୋଲିସ୍ କୁ ସୁଚନା ଦେଇଥିଲେ।
ପ୍ରକାଶ ଥାଉ କି ଉକ୍ତ ବିଶ୍ୱବିଦ୍ୟାଳୟ ର କୌଣସି ବିଦ୍ୟାର୍ଥି ଙ୍କ ମୁର୍ତ୍ୟୁ ହେବା ସଂଗେ ସଂଗେ ପ୍ରେମ ,ଅସୁସ୍ଥ ଭଳି ଭିନ୍ନ ରଙ୍ଗ ଦେବାରେ ଲାଗିପଡନ୍ତି କିଛି ହାତବାରିସୀ , ଯେମିତିକି ବିଶ୍ୱବିଦ୍ୟାଳୟ କତୃପକ୍ଷ ସୁରକ୍ଷିତ ରହିବେ l ତଦନ୍ତ ପୂର୍ବରୁ ତାହାର ଦିଗ ଭ୍ରଷ୍ଟ ହୋଇ ଯେମିତିକି ଆତ୍ମହତ୍ୟା ରଙ୍ଗ ଦେବାସହ ତାହା ପଛରେ ବିଶ୍ୱବିଦ୍ୟାଳୟ କତୃପକ୍ଷ ଙ୍କ କୌଣସି ଆକ୍ରସୋ କିମ୍ବା ହସ୍ତକ୍ଷେପ ନାହିଁ ! ସ୍ୱାର୍ଥରୂ ଦୂରତ୍ୱରେ ରହି ସବୁ ଦିଗ ପ୍ରତି ପୁଲିସ ତଦନ୍ତ କଲେ ପ୍ରକୃତ ଘଟଣା ସାମନାକୁ ଆସିପାରିବ l