ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେରେଙ୍କୁ ନୋଟିସ ଦିଆଯାଇଛି ।୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ।
୨୦୨୪ ବିଧାନସଭା ନିର୍ବାଚନ ସମୟରେ କନକ ବର୍ଦ୍ଧନ ସିଂଦେଓ ନିଜ ନାମାଙ୍କନ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେର ଅଭିଯୋଗ କରିଥିଲେ। ନିଜ ବିରୋଧରେ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇବା ସହ ସମ୍ପତ୍ତି ବିଷୟରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ କନକ ବର୍ଦ୍ଧନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ସରୋଜ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଥିଲେ ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କେଭି କରିଥିଲେ ଆବେଦନ । କେଭିଙ୍କ ଆବେଦନଙ୍କୁ ଖାରଜ କରି ମାମଲା ଚାଲିବ କହିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି କନକ ବର୍ଦ୍ଧନ ।
