ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । କହିଛନ୍ତି, କେନ୍ଦୁପତ୍ର ଉପରେ ୫ ପ୍ରତିଶତକୁ ହ୍ରାସ ହୋଇଛି । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଏ ନିଷ୍ପତ୍ତିରେ ଓଡ଼ିଶାର କେନ୍ଦୁପତ୍ର ତେଳାଳି ଉପକୃତ ହେବେ । କେନ୍ଦୁପତ୍ର ବିକ୍ରି ବଢ଼ିବ ।ଅନ୍ୟପଟେ କୃଷି ଉପକରଣରେ ଜିଏସଟି ହ୍ରାସ ପାଇବ । କୃଷକଙ୍କ ଖର୍ଚ୍ଚ କମିବ । ସେସ୍ କମିବା ଓଡ଼ିଶା ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ ।କୋଇଲା କ୍ଷେତ୍ରରେ ଓଡ଼ିଶା ଅଧିକ ଲାଭାନ୍ୱିତ ହେବ । ବ୍ୟବସାୟୀଙ୍କୁ ୩ରୁ ୪ ଗୁଣା ଅଧିକ ଲାଭ ମିଳିବ ।ଜିଏସଟିରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ । ଜିଏସଟି ଛାଡ ଯୋଗୁଁ ଅଧିକ ଲୋକେ ସ୍ୱାସ୍ଥ୍ୟବୀମା କରିବେ । ସିମେଣ୍ଟରୁ ଜିଏସଟି ହ୍ରାସ ଏକ ମାଇଲଖୁଣ୍ଟ ସଦୃଶ ।
