କନଷ୍ଟେବଳ ଶୁଭମିତ୍ରା ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ: ସାମ୍ନାକୁ ଆସିଲା

ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି। ପୂର୍ବରୁ ବିବାହିତ ଥିଲେ ଅଭିଯୁକ୍ତ ଦୀପକ ରାଉତ । ୨୦୨୨ରେ ଦୀପକଙ୍କ ପତ୍ନୀ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହାପରେ ପତ୍ନୀଙ୍କ ନାଁରେ ଥିବା ଇନ୍ସ୍ୟୁରାନ୍ସ କମ୍ପାନୀରୁ ୧ କୋଟି ଟଙ୍କା ପାଇଥିଲେ ଦୀପକ । ୨୦୨୪ ମସିହାରେ ଶୁଭମିତ୍ରାଙ୍କ ସହ ଦୀପକଙ୍କର ସମ୍ପର୍କ ଗଢି ଉଠିଥିଲା । ଏହି ସମୟରେ ଦୀପକ ଶୁଭମିତ୍ରାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଶୁଭମିତ୍ରା କିନ୍ତୁ ଅନ୍ୟ ଜଣେ ଯୁବକ ସହ ସମ୍ପର୍କ ରଖିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହା ଜାଣିବା ପରେ ଦୀପକ ଶୁଭମିତ୍ରାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଗତ ୬ ତାରିଖ ଦିନ ୨ଟାରେ ଟ୍ରାଫିକ୍ ଡିସିପିଙ୍କ କାର୍ଯ୍ୟାଳୟରୁ ଶୁଭମିତ୍ରାଙ୍କୁ ଏକ କାର୍‌ରେ ନେଇ କୁଆଡେ ଚାଲି ଯାଇଥିଲେ ଦୀପକ ।ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଗତ ୬ ତାରିଖରେ ଭୁବନେଶ୍ୱରରେ ଶୁଭମିତ୍ରାଙ୍କୁ ହତ୍ୟା କରି ତାଙ୍କ ଡେଡ୍‌ବଡିକୁ କାର୍‌ ଯୋଗେ ଦୀପକ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳକୁ ନେଇଥିଲେ।

ପରେ ଘଟଗାଁ ଅଞ୍ଚଳର ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ। ମୃତଦେହ ନେଇଥିବା କାର୍‌କୁ ପୋଲିସ ଜବତ କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି। ଉକ୍ତ ଘଟଣାର ତଦନ୍ତ ପାଇଁ ଘଟଗାଁରେ କମିଶନରେଟ୍‌ ପୋଲିସର ୧୫ ଜଣିଆ ଟିମ୍‌ ପହଞ୍ଚିଛନ୍ତି।ସେପଟେ ଦୀପକ-ଶୁଭମିତ୍ରାଙ୍କ ମ୍ୟାରେଜ ସାର୍ଟିଫିକେଟ୍ ସାମ୍ନାକୁ ଆସିଛି । ୨୩ ଜୁଲାଇ ୨୦୨୪ରେ ଶୁଭମିତ୍ରାକୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲା ଦୀପକ । ଖଣ୍ଡଗିରିରେ ଥିବା ରେଜିଷ୍ଟ୍ରି ମ୍ୟାରେଜ ଅଫିସରେ ଦୁହେଁ ବିବାହ କରିଥିଲେ । ୩ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବିବାହ ହୋଇଥିଲା । ଦୀପକଙ୍କ ପ୍ରକୃତ ଘର ଯାଜପୁର ଜିଲ୍ଲା ଟମକା ଏବଂ ଶୁଭମିତ୍ରାଙ୍କ ଘର ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ଦୀପକ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ସରକାରୀ ପୋଲିସରେ ରହୁଥିଲେ ।

ଅଧିକ ପଢନ୍ତୁ

Odisha Darpan Digital