କନ୍ଧମାଳ,ଗଞ୍ଜାମ ଓ ପୁରୀରେ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମିଳିମିଳା ବ୍ୟାପିଥିବା ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିଛନ୍ତି । କନ୍ଧମାଳ ଓ ଗଞ୍ଜାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, କନ୍ଧମାଳ ରାଇକିଆରେ 30 ଜଣ ମିଳିମିଳା ରୋଗୀ ଥିଲେ । ସମସ୍ତେ ଭଲ ଅଛନ୍ତି । ପ୍ରାୟ ସୁସ୍ଥ ହୋଇଗଲେଣି । 5 ଜଣ ଏବେ ବି ମିଳିମିଳା ଆକ୍ରାନ୍ତ ଅଛନ୍ତି ।ସଂକ୍ରମଣ ରୋକିବାକୁ ସେ ଅଞ୍ଚଳରେ କଣ୍ଟେନମେଣ୍ଟ ହୋଇଛି । ପୁରୀ ଜିଲ୍ଲାରେ ମିଳିମିଳା ମାମଲା ସ୍ବାସ୍ଥ୍ୟ ବିଭାଗ ନଜରକୁ ଆସିଛି। ଏହାର ଅନୁଧ୍ୟାନ କରାଯାଉଛି। ସାରା ରାଜ୍ୟ ଉପରେ ଏନେଇ ନଜର ରଖାଯାଇଛି ବ‌ୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital