କନ୍ଧମାଳ ପୋଲିସ ର ବଡ ସଫଳତା l କନ୍ଧ ମାଳ ଏସପି ହରିଶ୍ ବିଶି ଓ ବ୍ରହ୍ମପୁର ଆଇ ଜି ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା କାର୍ଯ୍ୟ ଦକ୍ଷତା, ଓ ଉତ୍ସର୍ଗୀକୃତ ମନୋ ଭାବ ଯୋଗୁଁ ଅନେକ ହାର୍ଡ କୋର୍ ମାଓ ବାଦି ନିହତ ହୋଇଥିବା ବେଳେ ଅନେକ କ୍ୟାଡ଼ର ମାଓ ବାଦି ଆତ୍ମ ସମର୍ପଣ କରିଛନ୍ତି ଆଉ ଏବେ ଶୂକୃ ଭଳି ଜଣେ ମାଓ ନେତା କନ୍ଧମାଳ ଏସପି ଙ୍କ ନିକଟରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହେଇଥିଲେ l ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କନ୍ଧମାଳ ଜିଲ୍ଲା କୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ନିଶ୍ଚିତ ହୋଇଯାଇଛି l ରହି ଯାଇଥିବା ଆଉ କିଛି ସଦସ୍ୟ ମଧ୍ୟ ଦୁଇଦିନ ମଧ୍ୟରେ ଆତ୍ମ ସମର୍ପଣ କରିବେ ବୋଲି ସୂଚନା ମିଳିଛି l ଶୁ କ୍ରୁ ର ଆତ୍ମ ସମର୍ପଣ ପରେ କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ବାଟ ସଫା ହୋଇଯାଇଛି l
