କନ୍ୟା ଶିଶୁ ମାନଙ୍କ ସୁରକ୍ଷା ଉପରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ଉଚ୍ଚ ନ୍ୟାୟାଳୟ କଟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଜଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେରେ କନ୍ୟା ଶିଶୁମାନଙ୍କ ସୁରକ୍ଷା ଉପରେ କୋର୍ଟର ସମ୍ମିଳନୀ ଗୃହ ଠାରେ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗର ଶତାଧିକ କର୍ମଚାରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଆନୁଷ୍ଠାନିକ ଭାବେ ଉଦଘାଟନ କରି ନିଜ ବକ୍ତବ୍ୟରେ କନ୍ୟା ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋକପାତ କରିଥିଲେ | ପୋକ୍ସୋ ବିଚାରପତି,ମାନସ କୁମାର ପଣ୍ଡା ପୋକ୍ସୋ  ଆଇନ ଓ ଶିଶୁ କନ୍ୟା ମାନଙ୍କ ସୁରକ୍ଷା ଉପରେ ପରିବାର ଅଦାଲତ ବିଚାରପତି ଡକ୍ଟର ଇନ୍ଦୁ ଶର୍ମା ଶିଶୁ ବିବାହ ନିରୋଧ ଆଇନ ଉପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ  ପୋଷୋ ଆଇନ ଓ ଅଭ୍ୟନ୍ତରୀଣ କମିଟି ଗଢ଼ିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ମହିଳା କୋର୍ଟ ବିଚାରପତି ସ୍ଵୟଂପ୍ରଭା ଆଚାର୍ଯ୍ୟ,ବରିଷ୍ଠ ଦେୱାନି ଅଦାଲତ ବିଚାରପତି ସତ୍ୟବ୍ରତ ରଣା,ବରିଷ୍ଠ ଦେୱାନି ଅଦାଲତ ବିଚାରପତି ରବି ନାରାୟଣ ବେହେରା ,ରେଜିଷ୍ଟର ସୋନାଲି ସରିତା, ଲଲିତା ପାତ୍ର, ସୁଶ୍ରିତା ମିଶ୍ର, ନୟାଗଡ଼,ଜିଲ୍ଲା ଉପଶ୍ରମ ଅଧିକାରୀ,ଶିଶୁ ସୁରକ୍ଷା ଅଧିକାରୀ, ଚେୟାରମ୍ୟାନ କିଶୋର ମହାପାତ୍ର,ସମାଜ ସେବୀ ଅରୁଣ କୁମାର ମହାନ୍ତି,ନୟାଗଡ଼ ଓକିଲ ସଂଘ ସଭାପତି ରଣଜିତ୍ ଦାଶ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ | ଉକ୍ତ ସମ୍ମିଳନୀକୁ ସଫଳ କରିବାରେ ସମସ୍ତ କୋର୍ଟ କର୍ମଚାରୀ,ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ମଚାରୀ, ଅଧିକାର ମିତ୍ର  ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ |

ଅଧିକ ପଢନ୍ତୁ