କବାଡ଼ି ଖେଳୁଖେଳୁ ଚାଲିଗଲା ଜୀବନ ।

ଏମିତି ବି ଆସେ ମୃତ୍ୟୁ । କବାଡ଼ି ଖେଳିବା ବେଳେ ଚାଲିଗଲା ଖେଳାଳୀଙ୍କ ଜୀବନ । ନୂଆପଡ଼ାରେ କବାଡି ଖେଳିବା ବେଳେ ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ।ମୃତ ଯୁବକ ହେଲେ ଛତିଶଗଡ଼ ରାଜ୍ୟ ମହାସମୁନ ଜିଲ୍ଲା ସରେଇପାଲି ଥାନା ଡୁଡୁମଚୂଆ ଗ୍ରାମର ଖଗେଶ୍ବର ରାଠିଆ (୨୬)।ପ୍ରତିବର୍ଷ ପରି ଚଳିତବର୍ଷ ଦୁର୍ଗା ପୂଜା ଉପଲକ୍ଷେ କୋମନା ଥାନା ତରବୋଡ ଗାଁରେ ହୋଇଥିଲା ଆନ୍ତଃ ରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ। ଏଥିରେ ବିଭିନ୍ନ ରାଜ୍ୟର ୨୧ଟି ଟିମ୍‌ ଭାଗ ନେଇଥିଲେ। ଆଜି ଖେଳା ଯାଉଥିଲା ଫାଇନାଲ୍‌ ମ୍ୟାଚ୍‌। ସକାଳେ ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ନୂଆପଡାର ହାତୀସରା ଟିମ୍‌ ଓ ଛତିଶଗଡ ମହାସମୁନ୍ଦ ଜିଲ୍ଲା ସରାଇପାଲି ଡୁଡୁମଚୁଆ ଗାଁର ଟିମ୍‌। ତେବେ କବାଡି ପ୍ରତିଯୋଗିତା ଚାଲିଥିବା ବେଲେ କବାଡି ଖେଳୁଥିବା ବେଲେ ଖେଳାଳି ଖଗେଶ୍ବର ରାଠିଆ ଗୁରୁତର ହୋଇଛି ପଡିଯାଇଥିଲେ। ପରେ କମିଟି ଓ ଖେଳାଳିମାନେ ତୁରନ୍ତ ତରବୋଡ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଅଧିକ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଖେଳାଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ

Odisha Darpan Digital