କମିବନି ଭକ୍ତନିବାସ ପାର୍କିଂ ଫି-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ । ଏନେଇ ସ୍ପଷ୍ଟ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଭକ୍ତ ନିବାସରେ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡା ଦିଆଯାଇଛି । ବାହାରୁ ଆସୁଥିବାରୁ ଅନେକ ଭକ୍ତ ଚାରିଚକିଆ ଗାଡି ନେଇ ଆସୁନାହାନ୍ତି । ଯେଉଁମାନେ ଚାରିଚକିଆ ଆଣି ଆସୁଛନ୍ତି ପାର୍କିଂ ଫି ଦିନକୁ ୫ ଶହ ଟଙ୍କା ଦେବେ । ଅନ୍ୟ ବାହାର ଲୋକ ଭକ୍ତ ନିବାସରେ ଗାଡି ପାର୍କିଂ କରିପାରିବେ ନାହିଁ । ଅନ୍ୟ ପାର୍କିଂ ସ୍ଥଳରେ ୨୪୦ ଟଙ୍କା ଦେଇ ଗାଡି ପାର୍କିଂ କରୁଛନ୍ତି ଯାତ୍ରୀ । ଯେଉଁମାନେ ଚାହୁଁଛନ୍ତି ସେମାନେ ଅନ୍ୟ ପାର୍କିଂ ସ୍ଥଳରେ ଗାଡ଼ି ରଖି ଭକ୍ତ ନିବାସରେ ମଧ୍ୟ ରହିପାରିବେ । ସେହିପରି ଏପ୍ରିଲ୍ ୨୦୨୬ ମଧ୍ୟରେ ଶ୍ରୀମନ୍ଦିର ସହିତ ଜଡିତ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଓବିସିସିକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଦିବ୍ୟାଙ୍ଗ‌ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ବ୍ୟବସ୍ଥା ସୁଗମ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ନିଆଯିବ । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ।

ଅଧିକ ପଢନ୍ତୁ