କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ….

ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୯୫୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୭୦୦ ଟଙ୍କା ଛୁଇଁଛି ।  ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି  ।ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଏବଂ ଅନ୍ୟାନ୍ୟ ଦେୟ ମିଶି ନାହିଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ । ୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ ସୁନା ବିକ୍ରି କରନ୍ତି । ସୁନା ଦର ପ୍ରତ୍ୟେକ ଦିନ ଉପରତଳ ହୋଇଥାଏ।

ଅଧିକ ପଢନ୍ତୁ