କମ୍ବିଂ ଅପରେସନ ବେଳେ ଆଇଇଡି ବ୍ଲାଷ୍ଟ । ଜଣେ ଯବାନ ଗୁରୁତର । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ବାଙ୍କୋ ସଂଲଗ୍ନ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।ଗୁରୁତର ସିଆରପିଏଫ୍ ଯବାନଙ୍କୁ ଏଆରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପି ପହଞ୍ଚିଛନ୍ତି । ବିସ୍ଫୋରକ ସାମଗ୍ରୀ ଲୁଟ୍ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ । ଏହାରି ଭିତରେ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।
