କରୋନା ପୁଣି ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି।

ସିଙ୍ଗାପୁରରେ କ୍ରମାଗତ ଭାବେ ବଢୁଥିବା କରୋନା ମାମଲାକୁ ନେଇ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। ଏହା ହେଉଛି କରୋନାର ଆଉ ଏକ ନୂଆ ଲହରର ପ୍ରତ୍ୟାବର୍ତ୍ତନ। କରୋନା ପୁଣି ଦୁନିଆରେ ଆତଙ୍କ ସୃଷ୍ଟି କରିବାକୁ ଯାଉଛି। ସିଂଗାପୁରରେ ସ୍ଥିତି ସଂକଟ ଜନକ ଅବସ୍ଥାରେ ପହଂଚିଛି । ମେ’ ୫ ତାରିଖରୁ ୧୧ ତାରିଖ ମଧ୍ୟରେ ସିଂଗାପୁରରେ ୨୬ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସିଂଗାପୁର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ଲୋକଙ୍କ ସତର୍କ ରହିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପୂର୍ବ ସପ୍ତାହରେ ୧୩,୭୦୦ ମାମଲା ତୁଳନାରେ ମେ’ ୫ ରୁ ୧୧ ମଧ୍ୟରେ କୋଭିଡ-୧୯ ଆକ୍ରାନ୍ତଙ୍କ ଆନୁମାନିକ ସଂଖ୍ୟା ୨୫,୯୦୦ କୁ ବୃଦ୍ଧି ପାଇଛି। କରୋନା ମହାମାରୀର ଦୈନିକ ମାମଲା ୧୮୧ ରୁ ପ୍ରାୟ ୨୫୦ କୁ ବୃଦ୍ଧି ପାଇଛି ।ମନ୍ତ୍ରଣାଳୟ କହିଛି ଯେ ହସ୍ପିଟାଲରେ ଶଯ୍ୟା କ୍ଷମତା ସଂରକ୍ଷଣ ପାଇଁ ନୂତନ ପଦକ୍ଷେପ ନିଆଯାଉଛି। ସରକାରୀ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କର ଅଣ-ଜରୁରୀ ଇଲେକ୍ଟିଭ୍ ସର୍ଜରୀ ମାମଲା ହ୍ରାସ କରିବାକୁ ଏବଂ ଆକ୍ରାନ୍ତଙ୍କୁ ଉପଯୁକ୍ତ ପ୍ରଭାବଶାଳୀ ଚିକିତ୍ସା ପ୍ରଦାନ କରିବାକୁ କୁହାଯାଇଛି। ଘରେ ସାମାନ୍ୟ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନ ନେବାକୁ ମଧ୍ୟ କୁହାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital