କର୍ଣ୍ଣାଟକରେ ପିଲାଙ୍କୁ ସୋସିଆଲ ମିଡିଆ ମନା

କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍। ପିଲାଙ୍କ ପାଇଁ ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଦ । ଭାରତର ପ୍ରଥମ ରାଜ୍ୟଭାବେ କର୍ଣ୍ଣାଟକ ଏହି ନିୟମ ଲାଗୁ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟ ବଜେଟରେ ଏହି ବଡ଼ ଘୋଷଣା କରିଛନ୍ତି । ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।ଏହି ନିୟମ କେବଳ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ନିୟମକୁ ଆଧାର କରି କର୍ଣ୍ଣାଟକ ଏହି ନିଷ୍ପତ୍ତି ନେଇଛି । ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ଆହ୍ୱାନ ରହିଛି । ପିଲାମାନଙ୍କ ବୟସ କିପରି ଯାଞ୍ଚ କରାଯିବ ଏବଂ ଘର ଭିତରେ ସେମାନେ ମୋବାଇଲ୍ ବ୍ୟବହାର କରୁଛନ୍ତି କି ନାହିଁ, ତାହା ଉପରେ ନଜର ରଖିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । କର୍ଣ୍ଣାଟକ ଏହି ନିୟମ ଆଣିବାରେ ଦେଶର ପ୍ରଥମ ରାଜ୍ୟ । ଏହାକୁ ନେଇ ଏବେ ସାରା ଦେଶରେ ବିତର୍କ ଆରମ୍ଭ ହୋଇଛି ।

ଅଧିକ ପଢନ୍ତୁ