ନୂଆଗାଁ: ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ କୁଶବିଡା ଗ୍ରାମ ରେ ୮୨ ତମ କଷ୍ଟି ଡାକୁଆଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କଷ୍ଟି ଡାକୁଆ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ବାଧିନତା ସଂଗ୍ରାମ ରେ କଷ୍ଟି ଡାକୁଆ ଙ୍କ ଅବଦାନ ଓ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସମିତି ସଭ୍ୟା ପ୍ରଭାତୀ ମଳିକ,ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ,ଗ୍ରାମ ସଭାପତି ସନାତନ ଜାନୀ, କଷ୍ଟି ଡାକୁଆ ଙ୍କ ନାତି ପ୍ରପର ଗୋପୀନାଥ ଡାକୁଆ,କୁବେର ଡାକୁଆ ପ୍ରମୁଖ ଯୋଗଦେଇ କଷ୍ଟି ଡାକୁଆ ଙ୍କ ବଳିଦାନ ର ଗାଥା ଉପରେ ବର୍ଣ୍ଣନା କରିଥିଲେ।ସୂଚନା ଥାଉକି କଷ୍ଟି ଡାକୁଆ କୁଷିବିଡା ଗ୍ରାମ ରେ ୧୮୯୭ ମସିହା ରେ ଜନ୍ମ ଗ୍ରହଣ କରିଥିଲେ।ସେ ମହାତ୍ମା ଗାନ୍ଧୀ ଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖି ଇଂରେଜ ମାନଙ୍କ ଗୁଳିରେ ନୂଆଗାଁ ଥାନା ପଛପଟେ ୧୯୪୨ ମସିହାରେ ପ୍ରାଣତ୍ୟାଗ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଯୁବ ସମାଜସେବୀ ଦିଲ୍ଲୀପ କୁମାର ଜାନୀ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।