କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ

କଟକ କାଠଯୋଡ଼ିରେ କୁମ୍ଭୀର ଦେଖିବାକୁ ଭିଡ଼। ହଠାତ୍ ନଦୀ ପଠାରେ କୁମ୍ଭୀରକୁ ଦେଖି ଅଟକି ଯାଇଥିଲେ ଲୋକେ। ଶନିବାର ଦିନ ପାଖାପାଖି ୨ଟା ସମୟରୁ କୁମ୍ଭୀରଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବାଲି ପଠାରେ ଶୋଇଥିବା ଦେଖିବାକୁ ମିଳିଥିଲା । କୁମ୍ଭୀରଟି କେଉଁଠାରୁ ଆସିଛି ତାହା ଜଣାପଡି ନଥିବା ବେଳେ କୁମ୍ଭୀରଟିକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଜମିଛି । ସେହିଭଳି ସେତୁ ଉପରେ ପୋଲିସ ଓ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ର୍ବରୁ ମଧ୍ୟ କାଠଯୋଡ଼ିରେ ଅନେକଥର କୁମ୍ଭୀରକୁ ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ

Odisha Darpan Digital