କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ ହେବ।

କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ ହେବ। ତ୍ରିଶୁଳିଆ ଛକରୁ ବାଲିକୁଦା ଛକ ୪ ଲେନ୍ ରାସ୍ତା ହେବ। ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଜୁଡ଼ିସିଆଲ ଏକାଡେମୀ ରାସ୍ତା ଠାରୁ ଯୋବ୍ରା ଯାଏଁ ୬ ଲେନ ରାସ୍ତା ହେବ। ତେବେ ଏସସିବି ଦ୍ବିତୀୟ କ୍ୟାମ୍ପସ ୨୦୨୫ ସୁଦ୍ଧା ନସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ନିର୍ମାଣ ଦାୟିତ୍ବରେ ରହିଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କଟକ ସହର ଭିତର ରାସ୍ତା ମଧ୍ୟ ପ୍ରଶସ୍ତିକରଣ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ