ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଅବସରରେ କାନାଡାର ଗଭର୍ଣ୍ଣର ଜେନେରାଲ ମେରୀ ସାଇମନଙ୍କୁ ଓଡ଼ିଶାର ପ୍ରସିଦ୍ଧ ରୂପା ତାରକସି (ସିଲଭର ଫିଲିଗ୍ରୀ) କଳାରେ ନିର୍ମିତ ଏକ ଚମତ୍କାର କ୍ଲଚ୍ ପର୍ସ ଉପହାର ଦେଇଛନ୍ତି। ଏହି ଉପହାର ଓଡ଼ିଶାର କଟକ ସହରରେ ହସ୍ତଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ, ଯାହା ରାଜ୍ୟର ୫୦୦ ବର୍ଷରୁ ଅଧିକ ପୁରାତନ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ସେହିପରି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଏକ ସୁନ୍ଦର ପାରମ୍ପାରିକ କଳାର ରୂପ ହେଉଛି ପଟ୍ଟଚିତ୍ର । କପଡା ଉପରେ ପ୍ରାକୃତିକ ରଙ୍ଗ ଓ ତୁଳୀର ବ୍ୟବହାର କରି ସୁନ୍ଦର କଳାକୃତ୍ତି ଅଙ୍କା ଯାଇଛି । ଏହି କଳାକୃତ୍ତି ଭାରତୀୟ ପୁରାଣର କାହାଣୀକୁ ଦର୍ଶାଇଥାଏ। ସେମିତିନି ପ୍ରଧାନମନ୍ତ୍ରୀଙ୍କୁ ରାଜସ୍ଥାନର ଏକ ରୂପା ମହମବତୀ ଷ୍ଟାଣ୍ଡ ମଧ୍ୟ ଉପହାର ଦେଇଛନ୍ତି। ଏହି ଉପହାର ମାଧ୍ୟମରେ, ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ କଳା ଏବଂ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଛନ୍ତି।
