କାନ୍ଥ ଭାଙ୍ଗି କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଚୋରି

କାନ୍ଥରେ କଣା କରି ମୋବାଇଲ ଦୋକାନରୁ କୋଟିଏରୁ ଅଧିକ ଟଙ୍କାର ମୋବାଇଲ ଫୋନ୍‌ ନେଇଗଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଚୋରି ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି |ଦୁଇ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ କାନ୍ଥ ଭାଙ୍ଗିବା ପରେ ଏକ ଛୋଟିଆ ଛିଦ୍ର ଦେଇ ଦୋକାନ ଭିତରେ ପଶି ଦାମୀ ଦାମୀ ମୋବାଇଲ ଚୋରି କରି ନେଇଛି ।

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଗୋଟିଏ ବସ୍ତା ମୋବାଇଲ ରାସ୍ତା କଡରେ ଚୋର ଛାଡି ଦେଇଛି। ଅନ୍ୟ ସବୁ ମୋବାଇଲ ଏକ ଛୋଟିଆ ଜଙ୍ଗଲ ଭିତରେ ନେଇ ସମସ୍ତ ଖୋଳ ଫୋପାଡି ଦେଇ ଚୋର କେବଳ ମୋବାଇଲ ନେଇ ଫେରାର ହୋଇଯାଇଛି । ଆଜି ସକାଳେ ଚୋରି ସମ୍ପର୍କରେ ଜଣାପଡ଼ିବା ପରେ ଟାଉନ୍‌ ଥାନା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ମିଳିତ ଭାବେ ଘଟଣାର ତଦନ୍ତ ଚଳାଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଚୋରଙ୍କ ସମ୍ପର୍କରେ ପୁଲିସ୍‌ କୌଣସି ତଥ୍ୟ ପାଇନାହିଁ। ଚୋରି ହୋଇଥିବା ମୋବାଇଲର ମୂଲ୍ୟ ଦେଢ଼ କୋଟିରୁ ଅଧିକ ଟଙ୍କା ହେବ।

ଅଧିକ ପଢନ୍ତୁ