କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟମାନଙ୍କ ଭଳି ଦିନେ ସେ ମଧ୍ୟ ସତ ସତିକା ପ୍ରେମିକା ସାଜି ପ୍ରେମ କରିଥିଲେ, ସେଥିରେ ଉବୁଟୁବୁ ମଧ୍ୟ ହୋଇଥିଲେ । ହେଲେ ଧୋକାବାଜ ପ୍ରେମିକ ଅନେକ କିଛି ସ୍ୱପ୍ନ ଦେଖାଇ ସ୍ୱପ୍ନ ମହଲରେ ଘର କରାଇ ଶେଷରେ ରାଣୀଙ୍କୁ ଧୋକା ଦେଇ ଅନ୍ୟ କାହାର ହାତ ଧରୁଛି । ଆଉ ଏପଟେ ଧୋକାବାଜ ପ୍ରେମିକର ଦୟା ନଦୀ କୂଳରେ ପିଣ୍ଡ ଦାନ କରୁଛନ୍ତି ରାଣୀ ପଣ୍ଡା ।ସୂଚନା ଅନୁସାରେ, ଆଜି Rani Pandaଙ୍କ ପୂର୍ବତନ ପ୍ରେମିକଙ୍କ ବାହାଘର । ଆଉ ଜଣେ ଯୁବତୀଙ୍କୁ ବାହା ହେଉଛନ୍ତି ରାଣୀ ପଣ୍ଡାଙ୍କ ପୂର୍ବତନ ପ୍ରେମିକ ।
ଆଉ ଏହିକଥାକୁ ସହଜରେ ଗ୍ରହଣ କରିପାହାନ୍ତି ରାଣୀ ପଣ୍ଡା । ସିଧା ନଈ ପଠାକୁ ଯାଇ ବୟଫ୍ରେଣ୍ଡକୁ ଶୁଦ୍ଧି ହୋଇପଡିଛନ୍ତି ରାଣୀ । ପୂରା ରୀତିନୀତିରେ ବ୍ରାହ୍ମଣ ଡକାଇ ଶୁଦ୍ଧି ହୋଇଛନ୍ତି ସେ । କେବଳ ସେତିକି ନୁହେଁ ରାଣୀଙ୍କୁ ତାଙ୍କ ପ୍ରେମିକ ଯେତେବି ଉପହାର ଦେଇଥିଲେ ସେ ସବୁକୁ ପାଣିରେ ଭସାଇ ଦେଇଛନ୍ତି ରାଣୀ ପଣ୍ଡା ।ଆଜିର ଦୁନିଆରେ ରାଣୀଙ୍କର ଏହି ନିଷ୍ପତି ବର୍ତ୍ତମାନର ଯୁବପୀଢିଙ୍କୁ ଅନେକ କିଛି ବାର୍ତ୍ତା ଦେଉଛି । ଭଲପାଇ ପ୍ରତାରିତ ହେବାପରେ ଅନେକ ଜୀବନ ହାରିଦେଉଛନ୍ତି, କିନ୍ତୁ ଏସବୁ କରିବା ଉଚିତ୍ ନୁହେଁ । ବରଂ ନିଜେ ବଞ୍ଚିରହି ସାହାସ ଏବଂ ଧର୍ଯ୍ୟର ସହିତ ସବୁ ସାମ୍ନା କରିବା ଜରୁରୀ ।