କାନ୍ସ ଫିଲ୍ମ ଫେଷ୍ଟିଭାଲ, କେବଳ ବିଶ୍ୱ ସିନେମାର ଏକ ପ୍ରମୁଖ ଉତ୍ସବ ନୁହେଁ, ବରଂ ଶୋ-ଷ୍ଟପିଂ ଫ୍ୟାଶନ ପାଇଁ ମଧ୍ୟ ଏକ ପ୍ରମୁଖ ମଞ୍ଚ । ସବୁ ବର୍ଷ କାନ୍ସରେ କିଛି ନା କିଛି ଭିନ୍ନ ଦେଖିବାକୁ ମିଳେ। ହେଲେ ଏହି ବର୍ଷ, କାନ୍ସ ଫିଲ୍ମ ଫେଷ୍ଟିଭାଲ କେବଳ ସିନେମା ଏବଂ ରେଡ କାର୍ପେଟ ଗ୍ଲାମର ଭିତରେ ସୀମିତ ନାହିଁ ବରଂ ରାଜନୈତିକ ନାଟକର ମଧ୍ୟ ଅଂଶ ପାଲଟିଛି । କାନ୍ସରେ ରେଡ କାର୍ପେଟରେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ ରୁଚି ଗୁଜ୍ଜର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା ତାଙ୍କର ନେକ୍ଲେସ୍। ଏହାହାର ଡିଜାଇନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିଲା।ରୁଚି ଗୁଜ୍ଜର ୨୦୨୩ ମସିହାରେ ମିସ ହରିୟାଣା ହୋଇଥିଲେ। ସେ ଜଣେ ମଡେଲ ଏବଂ ଅଭିନେତ୍ରୀ। ଗ୍ଲାମର ବ୍ୟତୀତ, ରୁଚି ଗୁଜ୍ଜର ଭାରତର ମନୋରଞ୍ଜନ ଶିଳ୍ପରେ ନିଜର ଛାପ ଛାଡିଛନ୍ତି। ରୁଚି ଜୟପୁରର ମହାରାଣୀ କଲେଜରୁ ସ୍ନାତକ ହାସଲ କରିଛନ୍ତି। ଏହା ପରେ, ସେ ଅଭିନୟ ଜଗତରେ କ୍ୟାରିଅର କରିବାର ସ୍ବପ୍ନ ପୂରଣ କରିବା ପାଇଁ ମୁମ୍ବାଇ ଆସିଥିଲେ।
ରୁଚି ଗୁଜର୍ ‘ଜବ ତୁ ମେରୀ ନା ରହୀ’ ଏବଂ ‘ହେଲି ମେଁ ଚୋର’ ଭଳି ମ୍ୟୁଜିକ ଭିଡିଓରେ ଅଭିନୟ କରିଛନ୍ତି।ଖାଲି ସେତିକି ନୁହେଁ, ଏହି ସମୟରେ, ମଡେଲ ତଥା ଅଭିନେତ୍ରୀ ସୋନମ ଛାବ୍ରାଙ୍କୁ ଦେଶର ଚାରୋଟି ଭୂତପୂର୍ଣ୍ଣ ତାରିଖକୁ ନିଜ ଗାଉନରେ କଏଦ୍ କରିଥିବାର ଦେଖିବାକୁ ମିଳିଥିଲା । ଯେଉଁଥିରେ ୨୦୦୮ – ମୁମ୍ବାଇ, ୨୦୧୬ – ଉରି,୨୦୧୯ – ପୁଲୱାମା, ଏବଂ ୨୦୨୫ – ପହଲଗାମ୍’, ଯାହା ଉପରେ ‘ଅନବ୍ରୋକେନ୍’ ଶବ୍ଦ ଲେଖାଯାଇଛି। ଅଭିନେତା, ତାଙ୍କ ପୋଷାକ ମାଧ୍ୟମରେ, ଭାରତୀୟ ଲୋକଙ୍କ ସ୍ଥିରତା ଏବଂ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତେବେ ସାରା ବିଶ୍ବ ‘କାନ୍ସ କୁଇନ୍’ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ରେଡ୍ କାର୍ପେଟ ଲୁକ୍ ପାଇଁ ଚାତକ ଭଳି ଚାହିଁ ରହିଥିବା ବେଳେ ମନୀଷ ମଲୋହୋତ୍ରାଙ୍କ ବନାରସୀ ଶାଢ଼ିରେ ସେ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ସବୁଠୁ ବେଶୀ ଚର୍ଚ୍ଚା ହେଉଛି ତାଙ୍କ ମଥାରେ ସେ ଜଳଜଳ କରି ଦେଖାଯାଉଥିବା ଲାଲ୍ ସିନ୍ଦୁରକୁ ନେଇ ।