କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଲେ ପ୍ରମିଳା

ରାଜ୍ୟସଭା ନିର୍ବାଚନରେ ୬ ବିଜେଡି ବିଧାୟକ କ୍ରସ ଭୋଟିଂ କରିଥିଲେ। ଦଳୀୟ ହ୍ବିପ୍ ନମାନି ଏହି ବିଧାୟକମାନେ କ୍ରସ ଭୋଟିଂ କରଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ବିଜେଡି। ଏମିତିରେ ସୋ କଜ୍ ନୋଟିସ ଜାରି କରିଥିଲା ଦଳ। ଯାହାର ଉତ୍ତର ରଖିଛନ୍ତି ବିଧାୟକ। ତେବେ କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଚିଠି ଗୋଟେ ଅଫିସରୁ ବସି ଟାଇପ ହୋଇଛି। ଏମାନେ ଦସ୍ତଖତ କରିଛନ୍ତି ବୋଲି ସେ କହିଛନ୍ତି। ଆଇନ କଣ ଏକା ସେମାନଙ୍କ ପାଇଁ, ଆଇନର ଆଶ୍ରୟ ନିଅନ୍ତୁ ବୋଲି ସିଏ କହିଛନ୍ତି। ସତ ଲେଖୁନାହାନ୍ତି, କାହିଁକି ଭୋଟ ଦେଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସେ କହିଛନ୍ତି, ଦଳ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସ୍ୱଚ୍ଛ ହେବ।ସେ ଆହୁରି କହିଛନ୍ତି ‘‘ଏବେ ସେମାନେ ବିବେକ କଥା କହୁଛନ୍ତି ।ଦଳ ଟିକେଟ ନେଲା ବେଳେ କାହିଁକି ବିବେକ ନଥିଲା।’’ ତେବେ ଆଗକୁ ଏମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରଶ୍ନର ଉତ୍ତରରେ ପ୍ରମିଳା କହିଛନ୍ତି ‘‘ ଏହି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତି ନିଷ୍ପତ୍ତି ନେବେ ।

ଅଧିକ ପଢନ୍ତୁ