କାରରେ କଳା ରଙ୍ଗର ଫିଲ୍ମ ଲଗା ଇଲେ ହେଉଛି କାର୍ଯ୍ୟାନୁଷ୍ଠାନ

କାରରେ କଳା ରଙ୍ଗର ଫିଲ୍ମ ଲଗା ଇଲେ ହେଉଛି କାର୍ଯ୍ୟାନୁଷ୍ଠାନ । ୨୧୪ ଜଣ କାର ମାଲିକଙ୍କ ବିରୁଦ୍ଧରେ ହୋଇଛି ଇ- ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୬୨ଟି ଗାଡି । ୨୦ଟି ଗାଡି ମାଲିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ଏନେଇ ଗୃହରେ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅବଶିଷ୍ଟ ୧୯୪ଟି ଗାଡ଼ି ମାଲିକଙ୍କ ବିରୁଦ୍ଧରେ ପ୍ରୋସିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବିଚାର ପାଇଁ ଅଛି ।

ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି ।ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।

ଅଧିକ ପଢନ୍ତୁ