କନ୍ଧମାଳ ପୁଲିସ୍ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗୋଚ୍ଛାପଡା ଥାନା ଡାଙ୍ଗଣାମ୍ ଘାଟିରୁ ଜ୍ୟେଷ୍ଠ ବଣ୍ଡକୀ ନାମକ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାରେ ୫ ପୁଲିସ୍ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗୋଚ୍ଛାପଡା ଥାନା ଏଏସଆଇ, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଅତିରିକ୍ତ ଏସପି ବଳଭଦ୍ର ଦୀପ ଏହି ସୂଚନା ଦେଇଛନ୍ତି।ଏହି ୫ ଜଣ ପୁଲିସ୍ ପାଟ୍ରୋଲିଂ ଏବଂ ଗାଡି ଯାଞ୍ଚ ବେଳେ ଡ୍ୟୁଟିରେ ଅବହେଳା ସହ ମୃତକଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସମ୍ପୃକ୍ତିରେ ସନ୍ଦେହ ଯୋଗୁଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବଂ ସମସ୍ତେ ତଦନ୍ତ ପରିସରଭୁକ୍ତ ଅଛନ୍ତି ବୋଲି ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।